ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଟର୍ମିନାଲ-୩

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟର୍ମିନାଲ-୩ ନିର୍ମାଣ ହେବ। ଏଠାରେ ବର୍ତ୍ତମାନ ୨ଟି ଟର୍ମିନାଲ ରହିଛି । ଏହା ଖୁବ ଶୀଘ୍ର ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ଲିଙ୍କ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅନୁସୂଚିତ ଜାତି ଏବଂ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏବଂ ଭାରତୀୟ ବିମାନ ପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଗୁରୁ ମହାପାତ୍ର ଉପସ୍ଥିତ ଥିଲେ।