ବିଜୁବାବୁଙ୍କ ପ୍ରତିମୂର୍ତିକୁ ଭାଙ୍ଗିଲେ ଦୁର୍ବୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ କିଛି ଦୁର୍ବୃତ ଭାଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଖବର ପ୍ରଚାରିତ ହେବା ପରେ ବିଜୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଘଟଣାରେ ସାମିଲ ଥିବା ଦୁର୍ବତଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଗୋପାଳପୁର ବିଜୁ ସ୍ମୃତି ସଂସଦ ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ନିର୍ମାଣ କରାଯାଇଥିଲା।  କେତେକ ଦୁର୍ବୃତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିର ମୁଣ୍ଡ ଭାଙ୍ଗି ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶତାଧିକ ବିଜୁ ପ୍ରେମୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ତ୍ରିନାଥ ବଜାରରେ ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ବିଜୁ ପ୍ରେମୀ ସ୍ମୃତି ସଂସଦ ଘରକୁ ଭାଙ୍ଗି ଦେଇଥିଲେ।

ବିଜୁ ପ୍ରେମୀଙ୍କ ରାସ୍ତାରୋକ ଯୋଗୁ ପ୍ରାୟ ଘଣ୍ଟାଏ ଧରି ଗାଡ଼ି ଚଳାଚଳ ବ୍ୟାଘାତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ବିଜୁ ପ୍ରେମୀ ରାସ୍ତାରୁ ଉଠିଥିଲେ। ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।