ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଫେରିବ ବିଜୁ ଡାକୋଟା
କେନ୍ଦ୍ର ବେସାମରିକ ବିମାନଚଳା ଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର
ଭୁବନେଶ୍ବର : ଓଡିଶା ଫେରିବ ବିଜୁ ଡାକୋଟା । ଏନେଇ ବିଧି ବଦ୍ଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଲିକତା ବିମାନ ବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବ୍ୟବହାର କରୁଥିଲେ ଡାକୋଟା ବିମାନକୁ ଓଡିଶା ଆଣିବା ଲାଗି କେନ୍ଦ୍ର ବେସାମରିକ ବିମାନଚଳା ଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଡାକୋଟାକୁ ସର୍ବସାଧାରଣ ଦେଖିବା ଲାଗି କେଉଁଠି ରଖାଯିବ ଓ କିପରି ବ୍ୟବସ୍ଥା ହେବ ସେନେଇ ପରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ମନୋଜ ମିଶ୍ର । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଥିଲା ଡାକୋଟା । ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ୧୪ ଟି ବିମାନରୁ ଡାକୋଟା ଥିଲା ତାଙ୍କର ସବୁଠୁ ପ୍ରିୟ । ଏହି ବିମାନ ଏବେ କଲକୋତା ବିମାନ ବନ୍ଦରରେ ପଡି ରହିଛି । ବିଜୁ ବାବୁଙ୍କ ସ୍ମତି ସହ ଜଡିତ ଓଡିଆଙ୍କ ବିରତ୍ବ ଗାଥା ବଖାଣୁଥିବା ଡାକୋଟାକୁ ଫେରାଇ ଆଣିବାକୁ ଦାବି ହେଉଥିଲା । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି । ଡାକୋଟା ବିମାନର ବିଭଇନ୍ନ ଅଂଶକୁ ଖୋଲି କରି ଓଡିଶା ଅଣାଯିବା ପରେ ପୁଣି ତାକୁ ଖଞ୍ଜାଯାଇ ସର୍ବସାଧରଣଙ୍କ ଦେଖିବା ଲାଗି ରଖାଯିବ ।
ଡାକୋଟା ବିମାନ ଆସିଲେ କଟକର ବିଜୁପଟ୍ଟନାୟକଙ୍କ ଆନନ୍ଦ ଭବନରେ ରଖାଯିବା ନେଇ ଚର୍ଚ୍ଚା ହେଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏହାକୁ ଭୁବନେଶ୍ବର ବିମାନ ବନ୍ଦର ସମ୍ମୁଖରେ ପ୍ରଦର୍ଶନ କରାଯିବା ପ୍ରସ୍ତାବ ବି ଆସିଛି । ସଂସ୍କୃତି ବଇବାଗ ପକ୍ଷରୁ ଏନେଇ ୧୦ କୋଟି ଟଙ୍କା ବରାଦ କରାଯାଇଛି ।