ଶ୍ରେଷ୍ଠ ମାନ୍ୟତା ପାଇଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର ମାନ୍ୟତା ମିଳିଛି । ୨୦୧୮ ବର୍ଷରେ ସର୍ବାଧିକ ଯାତ୍ରୀ ଯାତ୍ରା କରିଥିବାରୁ ଏହି କୃତିତ୍ୱ ହାସଲ କରିଛି ।

ଏସିଆ ମହାଦେଶର ୨୦ ଲକ୍ଷରୁ ୫୦ ଲକ୍ଷ ଯାତ୍ରୀ ଗମନାଗମନ କରୁଥିବା ବିମାନବନ୍ଦର ବର୍ଗରେ ଭୁବନେଶ୍ୱରକୁ ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପୁରସ୍କାର ଗ୍ରହଣ କରିଛନ୍ତି ।