ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ
ଭୁବନେଶ୍ୱର : ରାଜ୍ୟର ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏକ ଐତିହାସିକ ନିଷପତ୍ତି । ଏହା ଦ୍ୱାରା ସରକାରୀ ସ୍କୁଲରେ ପାଠ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ଉପକୃତ ହେବେ । ସରକାରୀ ସ୍କୁଲରେ ପାଠ ପଢିବା ଲାଗି ଛାତ୍ର ଛାତ୍ରୀଙ୍କ ଭିତରେ ଆଗ୍ରହ ବି ବଢିବ । ଗତକାଲି ରାଜ୍ୟ କ୍ୟାବିନେଟ ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତିକୁ ଏମିତି ଢଙ୍ଗରେ ସାରା ରାଜ୍ୟରେ ସ୍ୱାଗତ କରାଯାଇଛି । କଟକରୁ କେନ୍ଦ୍ରାପଡା, ଭୁବନେଶ୍ୱରୁ ଭଦ୍ରକ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଭୁବନେଶର୍ୱ ମାଷ୍ଟକ୍ୟାଣ୍ଟିନ ଠାରେ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଯୁବ ଓ ଛାତ୍ର କର୍ମୀଙ୍କ ସହ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମ୍ମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମ୍ମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏଭଳି ପ୍ରସ୍ତାବକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଏଥି ସହିତ ଏକ ଧନ୍ୟବାଦ ସଭା ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ କ୍ୟାବିନେଟ୍ ବୖେଠକରେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବକୁ ସପ୍ତାହକ ମଧ୍ୟରେ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାକୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଲାଗୁ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଆଗତ ହୋଇଛି।
biju janata dal praises odisha cm naveen patnaik for his commitment for govt school students