ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା

ବିଜେପୁର : ପ୍ରସ୍ତୁତ ହୋଇ ସାରିଛି ବିଜେପୁର ନିର୍ବାଚନୀ ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତି କରି ସାରିଲେଣି। ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକମାନଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଓହ୍ଲାଇବେ। ଏଥିପାଇଁ...

ବିଜେପୁର : ପ୍ରସ୍ତୁତ ହୋଇ ସାରିଛି ବିଜେପୁର ନିର୍ବାଚନୀ ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତି କରି ସାରିଲେଣି। ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକମାନଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଓହ୍ଲାଇବେ। ଏଥିପାଇଁ ୩ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବହୁ ହେଭିୱେଟ୍ ନେତା ପ୍ରଚାର କରିବାକୁ ବିଜେପୁର ମଇଦାନକୁ ଓହ୍ଲାଇବେ। ବିଜେଡିରୁ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ଵ ପ୍ରଚାର କରିବାକୁ ଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ସ୍ମୃତି ଇରାନୀ ଓ କଂଗ୍ରେସରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଚାର କରିବେ।

ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର‌୍ୟ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ଵାଇଁ, ଦେବୀ ମିଶ୍ର, ଟିକେଟ ଆସାୟୀ ଥିବା ପ୍ରଭାସ ସିଂ, ପ୍ରଭାତ ଆଦିତ୍ୟ ମିଶ୍ର ତାଲିକାରେ ଅଛନ୍ତି। ବିଜେପି ତାଲିକାରେ ରାଷ୍ଟ୍ରୀୟ କାର‌୍ୟ୍ୟକାରୀ ସଭାପତି ଜେପି ନଡ୍ଡା।, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ତାଲିକାରେ ଅଛନ୍ତି। ସେହି ପରି କଂଗ୍ରେସ ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ତାଲିକାରେ ଅଛନ୍ତି।

ବିଜେପୁର ପ୍ରଚାର ମଇଦାନକୁ ମୁଖ୍ୟମନ୍ତ୍ରୀ ନବୀନ ଓହ୍ଲାଇ ପାରନ୍ତି ବୋଲି ସୂଚନା ମିଳିଛି। ୧୭ ଓ ୧୮ ତାରିଖରେ ବିଜେପୁରରେ ନବୀନ ପ୍ରଚାର କରିବା ସମ୍ଭାବନା ରହିଛି। ନବୀନ ୨ ଦିନିଆ ପ୍ରଚାର ଅଭିଯାନରେ ଯିବେ ଓ ରାତିରେ ରହିବା କାର‌୍ୟ୍ୟକ୍ରମ ରହିଛି। ସେ ବିଜେପୁର, ଗାଇସିଲେଟ୍, ବରପାଲିରେ ନିର୍ବାଚନ ପ୍ରଚାର କରିପାରନ୍ତି। ବିଜେପୁର ନିର୍ବାଚନ ପାଇଁ ପଥପ୍ରାନ୍ତ ସଭା, ରୋଡ ସୋ କାର‌୍ୟ୍ୟକ୍ରମ ରହିଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି।

Spread the love
Categories
ପଲିଟିକ୍ସବଡ ଖବର

RELATED BY

  • ମହାରାଷ୍ଟ୍ର ନିର୍ବାଚନ: ଘୋଷଣା ପତ୍ର ଜାରି କଲା ବିଜେପି

    ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ଅନ୍ୟ...
  • ପ୍ରଥମ ଥର ବୁକର୍‌ ପୁରସ୍କାର ଜିତିଲେ ଦୁଇ ମହିଳା

    ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି। ସର୍ବସମ୍ମତିକ୍ରମେ...
  • ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

    ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା...
  • ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

    ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତିନି ଅର୍ଥଶାସ୍ତ୍ରୀଙ୍କୁ ବିଶ୍ଵରୁ ଦାରିଦ୍ର୍ୟର ଦୂରିକରଣ ପାଇଁ...