ଆସନ୍ତାକାଲି ବିଜେପୁର ଉପନିର୍ବାଚନ ମତଦାନ

ବିଜେପୁର:ସରିଲା ପ୍ରଚାର, ଦିନକ ପରେ ମତଦାନ। ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଗଲାଣି। ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନ ଥିଲା। ଆସନ୍ତାକାଲି ମତଦାନ ହେବାକୁ ଯାଉଛି। ସ୍ଵଚ୍ଛ ମତଦାନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନଜର ରଖିଛନ୍ତି।...

ବିଜେପୁର:ସରିଲା ପ୍ରଚାର, ଦିନକ ପରେ ମତଦାନ। ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଗଲାଣି। ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନ ଥିଲା। ଆସନ୍ତାକାଲି ମତଦାନ ହେବାକୁ ଯାଉଛି। ସ୍ଵଚ୍ଛ ମତଦାନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନଜର ରଖିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ଟି ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ଓ ୧୪ଟି ବୁଥରେ ସିସିଟିଭି ଲଗାଯାଇଛି। ଏତଦ୍ ବ୍ୟତୀତ ୬ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସହ ୬ଟି ଫ୍ଲାଇଂ ସ୍କ୍ଵାର୍ଡ ସମସ୍ତ ବୁଥ ତଦାରଖ କରିବେ ବୋଲି ସୂଚନା ମିଳିଛି। 

ଆସନ୍ତାକାଲି ବହୁ ଚର୍ଚ୍ଚିତ ବିଜେପୁର ଆସନରେ ମତଦାନ ହେବାକୁ ଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। କିଭଳି ଭାବରେ ସ୍ଵଚ୍ଛ ମତଦାନ ହୋଇପାରିବ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ ତତ୍ପର ଅଛନ୍ତି। ତେବେ ଆସନ୍ତାକାଲି ପାଇଁ ମତଦାନ କେନ୍ଦ୍ର ଗୁଡିକରେ ପୋଲିଂ ଅଧିକାରୀମାନେ ପହଁଚି ଗଲେଣି। ଏହି ଆସନରୁ ସମୁଦାୟ ୧ ଲକ୍ଷ ୨୦ ହଜାର ପୁରୁଷ ଓ ୧ଲକ୍ଷ ୧୨ ହଜାର ମହିଳା ଦେବେ ଭୋଟ। ପୋଲିଂ ଷ୍ଟେସନରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଅପର ପକ୍ଷରେ ନିରପେକ୍ଷ ମତଦାନ ପାଇଁ ୨୮ଟି ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୧୪ଟି ବୁଥରେ ସିସିଟିଭି ଲଗାଯାଇଛି। ୬ଟି ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସହ ୬ଟି ଫ୍ଲାଇଂ ସ୍କ୍ଵାର୍ଡ ତଦାରଖ କରିବେ ବୋଲି ସୂଚନା ମିଳିଛି। ତେବେ ଏହି ଆସନ ପାଇଁ ତିନି ରାଜନୈତିକ ଦଳ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ନିର୍ବାଚନ ନେଇ ତିନି ପ୍ରମୁଖ ଦଳ ନିଜ ନିଜର ରଣନୀତି ପ୍ରୟୋଗ କରି ସାରିଥିବା ବେଳେ ଏହି ହେଭିୱେଟ୍ ଆସନ ଉପରେ ଏବେ ସମସ୍ତଙ୍କର ନଜର ରହିଛି। 

Spread the love
Categories
ପଲିଟିକ୍ସ

RELATED BY