୧୮ରେ ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ତ୍ରିମୁଖୀ ଲଢେଇ। ରାଜ୍ୟର ଏହି ବହୁର୍ଚ୍ଚିତ ଆସନ ହାତେଇବାକୁ ଚାଲିଛି ଜୋରଦାର ପ୍ରଚାର । ବିଜେପୁରକୁ ଛୁଟୁଛି ମାଳମାଳ ନେତାଙ୍କ ସୁଅ । ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ । ଆସନ୍ତାକାଲି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଉମୁଣ୍ଡାରେ ରୋଡ଼ ଶୋ କରୁଥିବା ବେଳେ ଆସନ୍ତା ୧୮ ତାରିଖ ଦିନ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ସକାଳ ୧୦ଟାରେ ବିଜେପୁର ଏନଏସି ଠାରେ ରୋଡ ସୋ ରେ ସାମିଲ ହେବେ । ଏହା ପରେ ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲିଠାରେ ରୋଡ ସୋ ରେ ସାମିଲ ହେବେ । ଏହା ପରେ ଅପରାହ୍ନ ୨.୩୦ରେ ଗୋପେଇପାଲିରେ ରୋଡ ସୋ କରିବେ । ଶେଷରେ ଅପରାହ୍ନ ୪ ଟାରେ ବରପାଲି ଏନଏସି ଠାରେ ରୋଡ ସୋରେ ସାମିଲ ହେବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ରୋଡ ସୋ ମାଧ୍ୟମରେ ବିଜେପୁରବାସୀଙ୍କୁ ବିଜେପି ପାର୍ଥୀ ସନତଙ୍କ ପାଇଁ ଭୋଟ ମାଗିବେ ।