ଆଜି ନାମାଙ୍କନ ଭରିବେ ନାମାଙ୍କନ ୩ ପ୍ରମୁଖ ଦଳର ପ୍ରାର୍ଥୀ

ବିଜେପୁର:ବାଜି ସାରିଛି ବିଜେପୁର ଉପ ନିର୍ବାଚନ ପାଇଁ ବିଗୁଲ । ସମସ୍ତ ଦଳ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି  । ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି । ତେବେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି । ଆଜି ରାଜ୍ୟର ପ୍ରମୁଖ ତିନୋଟି ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରିବେ ।

ବିଜେଡି ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ପ୍ରାର୍ଥୀ କରିଛି । ସେହିପରି ବିଜେପି ମଧ୍ୟ ଗତଥରର ପ୍ରାର୍ଥୀ ସନତ ଗଡତିଆଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ସେହିପରି କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ଆଜି ଏହି ତିନି ପ୍ରାର୍ଥୀ ନିଜ ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିବେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଆସନ୍ତା ୨୧ ତାରିଖରେ ମତଦାନ ହେବା ସହ ୨୪ରେ ଗଣତି ହେବ ।