ବିଜେପୁର ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୬.୫% ମତଦାନ

ଭୁବନେଶ୍ବର: ବିଜେପୁରରେ ଜାରି ରହିଛି ଭୋଟଗ୍ରହଣ । ଦିନ ୩ଟା ସୁଦ୍ଧା ହୋଇଛି ୫୬.୫% ମତଦାନ । ସାଧାରଣ ନିର୍ବାଚନ ଯେଉଁଭଳି ମତଦାନ ହୋଇଥିଲା ଚଳିତ ଉପ-ନିର୍ବାଚନରେ ମଧ୍ୟ ସାମନ ଭାବରେ ମତଦାନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ମକ୍ ପୋଲ ବେଳେ ଗୋଟିଏ ବାଲାଟ ଓ ୭ଟି ଭିଭିପ୍ୟାଡ ମେସିନ ଖରାପ ହୋଇଥିଲା । ତୁରନ୍ତ ଖରାପ ମେସିନକୁ ବଦଳା ଯାଇ ନୂଆ ମେସିନର ବ୍ୟବସ୍ଥା କରାଯାଇଥିଲା ବୋଲି ସେ କହିଛନ୍ତି ।ବର୍ତ୍ତମାନ ସୁଦ୍ଧା କୈ।ଣସି ଅପ୍ରୀତିକର ପରିସ୍ଥିତିର ଖବର ନାହିଁ । ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଲୋହାନୀ କହିଛନ୍ତି ।