ଭୁବନେଶ୍ୱର ଫେରିଲେ ବିଜୟ ମହାନ୍ତି

ଭୁବନେଶ୍ୱର: ଏବେ ଅସୁସ୍ଥ ଥିବା ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି  କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିବାର ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ ବୋଲି ଜଣାଯାଇଛି। ଗତକାଲି ସେ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଥିଲେ। ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଆଣିବା ପାଇଁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକ ସହଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।