ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ହୋମଗାର୍ଡ ଏବଂ ପୁଲିସ ଡିଜି ବି.କେ ଶର୍ମା ସୋମବାର ଡିଜିପି ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଡିଜିପ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଶର୍ମା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଆମପାଇଁ ଚ୍ୟାଲେଞ୍ଜ ହେବ ଏବଂ ଅବାଧ, ମୁକ୍ତ ନିର୍ବାଚନ ହେବାପାଇଁ ପୁଲିସ କାର୍ଯ୍ୟ କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।  ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଯିବା ପରେ ଆଗକୁ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ବରିିଷ୍ଠ ପୁଲିସ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା। ନିର୍ବାଚନ କମିସନଙ୍କ ଅନୁମୋଦନ ପରେ ବିଜୟ ଶର୍ମାଙ୍କୁ ଡିଜି ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ ବରିଷ୍ଠ ଆଇପିଏସ୍‌ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଯାଇଥିଲା। ତୁଷାର ଶର୍ମା ନିମୋନିଆରେ ଆକ୍ରାନ୍ତ ଥିଲେ। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ତୁଷାରଙ୍କ ମୃତ୍ୟୁ ହୋଇଥିଲା।