ଏବେ ମୁଁ ଭାରତରେ ପୋଷ୍ଟର ବୟ:ବିଜୟ ମାଲ୍ୟା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ୍‌ଗୁଡ଼ିକଠାରୁ କୋଟି କୋଟି ଟଙ୍କା ଋଣ ନେଇ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଆଜି ସକାଳେ ଏକ ଟ୍ୟୁଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଭାରତରେ ଏବେ ସେ ଜଣେ ପୋଷ୍ଟର ବୟ। ଏହା ପ୍ରମାଣିତ ବି ହୋଇଛି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ବି ଉଲ୍ଲେଖ କରିଛନ୍ତି। ବିଜୟ ମାଲ୍ୟା ଟ୍ୟୁଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କହିଥିଲେ ଯେ ମାଲ୍ୟା ୯ ହଜାର କୋଟି ପଇଠ କରିବାକୁ ଥିବା ବେଳେ କେନ୍ଦ୍ର ସରକାର ତାଙ୍କ ଠାରୁ ୧୪ ହଜାର କୋଟି ଟଙ୍କା ଆଦୟ କରି ସାରିଛି। ବିଜୟ ମାଲ୍ୟା ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କଠାରୁ ଅର୍ଥ ଆଦାୟ ହେବା ପରେ ମଧ୍ୟ ବିଜେପିର ଲୋକେ କାହିଁକି ଏବେ ବି ପୁରୁଣା କଥାକୁ ଦୋହରାଉଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ମଧ୍ୟ ବିଜୟ ମାଲ୍ୟା ଟ୍ଵିଟ୍‌ ଜରିଆରେ ବ୍ୟାଙ୍କ୍‌ ଗୁଡିକ ଉପରେ ବର୍ଷିଥିଲେ। ବ୍ୟାଙ୍କ୍‌ ଗୁଡିକ ଚୋର ବୋଲି ଦର୍ଶାଉଥିବାର ସେ ଅଭିଯୋଗ ଆଣିଥିଲେ।