ଅଭିଯୋଗ ଆଣିଲେ ଲାଲୁପ୍ରସାଦଙ୍କ ବୋହୂ

ପାଟଣା: ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ତାଙ୍କ ଶାଶୂ ଓରଫ୍ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ ଦେବୀ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । ଶାଶୂ ତାଙ୍କର ମୁଣ୍ଡ ବାଳ ଟାଣିବା ପରେ ଆକ୍ରମଣ କରିଥିବା ନେଇ ଐଶ୍ୱର୍ଯ୍ୟା ଅଭିଯୋଗରେ କହିଛନ୍ତି ।

ଐଶ୍ୱର୍ଯ୍ୟା କହିଛନ୍ତି, ବିଗତ କିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ ଘଟଣା । ରାବଡ଼ି ଦେବୀ ମୋର ମୁଣ୍ଡ ବାଳ ଟାଣି ଥିଲେ ଏବଂ ପରେ ଆକ୍ରମଣ କରିଥିଲେ । ଏହା ପରେ ମୋତେ ବଡ଼ିଗାର୍ଡମାନଙ୍କ ଦ୍ୱାରା ମୋତେ ଘରୁ ତଡ଼ି ଦିଆଯାଇଥିଲା । ଏହି ଘଟଣା ପରେ ଐଶ୍ୱର୍ଯ୍ୟାଙ୍କ ପିତା ତଥା ବିଧାୟକ ଚନ୍ଦ୍ରିକା ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପହଞ୍ଚିଥିଲେ ।

ରାବଡ଼ି ଦେବୀଙ୍କ ବିରୋଧରେ ସଚିବାଳୟ ପୋଲିସ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ ଆହତ ହେବା ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଶ୍ରୀମତୀ ରାୟ ଏସପି (ଗ୍ରାମାଞ୍ଚଳ) ଗାରିମା ମଲିକଙ୍କୁ ଏବାବଦରେ ଜଣାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଡିଏସପି ରାକେଶ ପ୍ରଭାକର କହିଛନ୍ତି, ଘଟଣାର ତଦନ୍ତ ପାଇଁ ୧୦ ସାର୍କ୍ୟୁଲାର ରୋଡକୁ ପୋଲିସ ପଠାଯାଇଥିଲା ।