ମୁମ୍ବାଇ: ସମସ୍ତ ପ୍ରତିକ୍ଷାର ଘଟିଛି ଅନ୍ତ । ୨୦ ସପ୍ତାହ ପରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ସିଦ୍ଧାର୍ଥ ଶୁକ୍ଳା ।
ଅନ୍ୟପଟେ ଆସିମ୍ ରିଆଜ ପାଲଟିଛନ୍ତି ରନର୍ସଅପ । ସେହିପରି ତୃତୀୟ ଓ ୪ର୍ଥ ସ୍ଥାନରେ ସେହେନାଜ୍ ଗିଲ୍ ଓ ରଶ୍ମି ଦେଶାଇ ରହିଛନ୍ତି । ୧୦ ଲକ୍ଷ କ୍ୟାସ୍ ପ୍ରାଇଜ୍ ସହ ଫାଇନାଲରୁ ଓହରିଥିଲେ ପାରସ ଛାବ୍ରା ।
ଏଠାରେ ସୂଚନାଯୋଗ୍ୟ, ବିଗବସ୍ ସିଜନ ୧୩ର ବିଜେତା ଲୋକପ୍ରିୟ ଟିଭି କଳାକାର ସିଦ୍ଧାର୍ଥଙ୍କୁ ଟ୍ରଫି ସହ ମିଳିଛି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ।