‘ବିଗ୍ ବିସ୍-୧୩’ରେ ଦେଖାଯିବେ ଏହି ପ୍ରତିଯୋଗୀ!

ମୁମ୍ବାଇ:  ଦେଶର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ଶୋ’ “ବିଗ୍ ବସ୍-୧୩”କୁ ନେଇ ଏବେ ଚର୍ଚ୍ଚା । କାରଣ ଏହି ସିଜିନରେ କେଉଁ କଳାକାରମାନେ ପ୍ରତିଯୋଗୀ ଭାବେ ବିଗ୍ ବସ୍ ହାଉସରେ ଦେଖାଯିବେ, ତାହା ନେଇ ସମସ୍ତଙ୍କ ମନରେ ରହିଛି ଉତ୍କଣ୍ଠା । ଏହା ମଧ୍ୟରେ ଏଥିରେ ଦେଖାଯିବା କଳାକାରଙ୍କ ନାମ ଲିକ୍ ହୋଇଥିବା ଜଣାପଡିଛି । ତେବେ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ, ହାସ୍ୟାଭିନେତା ଚଙ୍କି ପାଣ୍ଡେ, ହାସ୍ୟାଭିନେତା ରାଜପାଲ ଯାଦବ, ଭାରତୀୟ ମଡେଲ ଓ୍ଵାରିନା ହୁସେନ, ଟିଭି ଷ୍ଟାର୍‌ ଦେବଲିନା ଭଟ୍ଟାଚାର୍ଯ୍ୟ, ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଅଭିନେତା ରାକେଶ ବଶିଷ୍ଟ, ବିବାଦୀୟ ବ୍ୟକ୍ତିତ୍ୱ ମାହିକା ଶର୍ମା, ପର୍ଣ୍ଣଷ୍ଟାର୍‌ ଦାନି ଡି, ବଙ୍ଗାଳୀ ସୁପରଷ୍ଟାର୍‌ ଜିତ୍‌, ପୂର୍ବତନ ଅଭିନେତା ତଥା ରାଜନେତା ଚିରଙ୍ଗ ପାଶଓ୍ଵାନ, ବକ୍ସର ବିଜେନ୍ଦ୍ର ସିଂହ, ମଡେଲ୍‌ ରାହୁଲ ଖଣ୍ଡେଓ୍ଵାଲ୍‌, ମଡେଲ୍‌ ତଥା ଅଭିନେତା ହିମାନ୍ସ କୋହଲି, ବଲିଉଡ୍‌ ଅଭିନେତ୍ରୀ ମହିମା ଚୌଧୁରୀ, ଟିଭି ଅଭିନେତ୍ରୀ ମେଘନା ମଲିକ୍‌, ଅଭିନେତା ମହାକାଶ୍ୟ ଚର୍କବର୍ତ୍ତୀ, ସିଆଇଡି ଫେମ୍‌ ଦୟାନନ୍ଦ ସେଟ୍ଟୀ, ରିୟାଲିଟି ସୋ’ ଷ୍ଟାର୍‌ ଫୈଜି ବୋ, ଫେସନ ଡିଜାଇନର୍‌ ଋତୁ ବେରି, କଣ୍ଠଶିଳ୍ପୀ ସୋନାଲ୍‌ ଚୌହ୍ଵାନ, କଣ୍ଠଶିଳ୍ପୀ ଫଜିଲପୁରିଆ ରାହୁଲ ଯାଦବ ଏବଂ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଦେଖାଯିବେ ନେଇ ଜଣାପଡିଛି ।ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆସନ୍ତା ସେପ୍ଟମ୍ବରରୁ ‘ବିଗ୍‌ ବସ୍‌-୧୩’ ପରଦାରେ ଦେଖିବାକୁ ମିଳିବ।