ବିଗ ବସର ବିଗ ଖୁଲାସା , ଦେଖନ୍ତୁ ବିଗ ରାଜ ଖୋଲିବାର ଭିଡିଓ

ମୁମ୍ବାଇ : ବିଗବସ ସିଜନ ୧୨ ଆରମ୍ଭ ଦିନରୁ ଏକାକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ମନାକୁ ଆସୁଛି । ଏମିତିକି ଦର୍ଶକଙ୍କୁ ଦେଖାଯାଉଥିବା ଓ ଦିଆଯାଉଥିବା ତଥ୍ୟକୁ ନେଇ ବି ଗୋଟିଏ ପରେ ଗୋଟିଏ ଖୁଲାସା ସାମ୍ମନାକୁ ଆସୁଛି । ଆଉ କେହି ନୁହେଁ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ହିଁ ଏମିତି ଖୁଲାସା କରୁଛନ୍ତି । ଏବେ ଆଉ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ବିଗବସ ୧୦ର ପ୍ରତିଯୋଗୀ ନିତିଭା କୈଲ ବିଗ ବସ ସଂପର୍କରେ ଏକ ବିଗ ଖୁଲାସା କରିଛନ୍ତି ।

ସୋ’ର ସମୟକୁ ନେଇ ଲୋକମାନଙ୍କୁ ଦିଆଯାଉଥିବା ଧୋକା ବିଷୟରେ ଜଣାଇଛନ୍ତି ନିତିଭା । ଏକ ୟୁଟ୍ୟୁବ୍‌ ଭିଡ଼ିଓ ତିଆରି କରି ସେ ସୋ’ର ସମୟ ବିଷୟରେ କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ, “ସୋ’ରେ ସବୁ ବେଳେ ଦେଖାଯାଏ କି ସକାଳ ୯ଟାରେ ଗୀତ ବଜାଇ ପ୍ରତିଯୋଗୀମାନଙ୍କୁ ଉଠା ଯାଇଥାଏ। କିନ୍ତୁ ଏହା ସଂପୁର୍ଣ୍ଣ ମିଛ। ପ୍ରତିଯୋଗୀମାନଙ୍କର ଉଠିବା ସମୟ ପୂର୍ବଦିନର ସୁଟିଂ ଶେଷ ହେବାର ସମୟ ଉପରେ ନିର୍ଭର କରିଥାଏ । କିନ୍ତୁ ଯେତେ ବିଳମ୍ବ ହେଲେ ବି ସମୟ ସକାଳ ୯ଟା ହିଁ ଦେଖା ଯାଇଥାଏ । ଘଣ୍ଟା ନଥିବାରୁ ଆମେ ସୂର୍ଯ୍ୟଙ୍କୁ ଦେଖି ସମୟ ଜାଣିଥାଉ। ଯଦି ସୂର୍ଯ୍ୟ ଆମ ମୁଣ୍ଡ ଉପରେ ଥିବେ ତେବେ ୧୧ କି ୧୨ଟା ସମୟ ହୋଇଛି ବୋଲି ଜାଣିଥାଉ। ଏହା ସହ ଓ୍ଵିକେଣ୍ଡ କା ଓ୍ଵାର୍‌ରେ ପ୍ରତିଯୋଗୀମାନଙ୍କ ପାଇଁ ସଲମାନଙ୍କ ଘରୁ ଖାଇବା ଆସିଥାଏ” ବୋଲି ନିତିଭା କହିଛନ୍ତି।
ପୂର୍ବରୁ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପ୍ରତିଯୋଗୀ ଭାବେ ସୋ’ରେ ପ୍ରବେଶ କରିବା ମିଛ ଥିବା ବେଳେ ପ୍ରତିଯୋଗୀ ଶିବାଶିଷ ଏବଂ ସୌରଭ ଦେଇଥିବା ପରିଚୟ ମିଛ ବୋଲି ସାବ୍ୟସ୍ତ ହୋଇଥିଲା ।
ଦୁଇ ଜଣ ବ୍ୟବସାୟୀ ଏବଂ କୃଷକ ଯୋଡ଼ି ହୋଇଥିବା ବେଳେ ଶିବାଶିଷ ଜଣେ ମଡ଼େଲ ଏବଂ ସୌରଭ ଜଣେ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ବୋଲି ଜଣା ପଡ଼ିଥିଲା ।