ବିଗ ବସ ଅଭିନେତ୍ରୀ ସ୍ୱପ୍ନାଙ୍କ ଭାଇରାଲ କରୱା ଚୌଥ ଗୀତ ‘ମେରା ଚାନ୍ଦ’ ଦେଖନ୍ତୁ ଭିଡିଓ

ମୁମ୍ବାଇ : ବିଗବସ-୧୧ରେ ନିଜର ନଖରା ପାଇଁ ଚର୍ଚ୍ଚାରେ ରହିଥିବା ଡ୍ୟାନ୍ସର ସ୍ପପ୍ନା ଚୈଧୁରୀଙ୍କ ଡ୍ୟାନ୍ସ ଭିଡିଓ ୟୁ-ଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱପ୍ନା ।
‘ମେରା ଚାନ୍ଦ’ଏକ ହରିୟାଣୀ ସଂଙ୍ଗୀତ । ଏହି ଗୀତରେ ସପ୍ନାଙ୍କ ସହ ନବୀନ ନାରୂ ନଜର ଆସିଛନ୍ତି । ଏଥିରେ ରାଜ ମୱାର କଣ୍ଠ ଦାନ କରିଛନ୍ତି । ସପ୍ନା ଏଥିରେ ନବବଧୂ ରୂପରେ ସଜ୍ଜିତ ହୋଇଥିବା ଦେଖା ଯାଇଛି । ସପ୍ନା ନିଜ ବ୍ୟକ୍ତିଗତ ଜୀବନୀ ବିଷୟରେ ଗଣମାଧ୍ୟମ ନିକଟରେ କହିଛନ୍ତି ଯେ, ସେ ଅଧିକ ଉଚ୍ଚ ଶିକ୍ଷିତା ନୁହଁନ୍ତି । ସେଥିପାଇଁ ସେ ଇଂଗ୍ରାଜୀରେ କହିବା ଏବଂ ଲେଖାଲେଖିରେ ଦୁର୍ବଳ । ସେ ଦର୍ଶକଙ୍କ ଆଗରେ ନିଜର ଏକ ଅନୁଭୂତିକୁ ବାଂଟିବାକୁ ଯାଇ କହିଛନ୍ତି କି, ଥରେ ବିମାନରେ ତାଙ୍କୁ ଜଣେ ଏୟାର ହଷ୍ଟେଜ କଣ ଖାଇବେ ବୋଲି ପଚାରି ଥିଲେ ଏବଂ ସେହି ସମୟରେ କିଛି ଇଂଗ୍ରାଜୀ ଶବ୍ଦ କହିଥିଲେ ଯାହାକି ସେ ବୁଝି ପାରି ନଥିଲେ ।
କରୱା ଚୌଥ ଅବସରରେ ଏହି ଗୀତକୁ ବହୁ ଲୋକ ପସନ୍ଦ କରୁଛନ୍ତି ।