ଗଣିତ ପଢ଼ାଇବେ ବିଦ୍ୟା

ମୁମ୍ବାଇ: ବଲିଉଡର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଦ୍ୟା ବାଲାନ । ଯେ କି ନିଜ କ୍ୟାରିୟରରେ ବହୁ କମ୍ ଫିଲ୍ମ କରିଥାନ୍ତି । ମାତ୍ର ସେ ସବୁବେଳେ ଫିଲ୍ମର କାହାଣୀକୁ ଗୁରୁତ୍ୱ ଦେଇ ସେଥିରେ କାମ କରିଥାନ୍ତି । ସେଥିପାଇଁ ତାଙ୍କ ଫିଲ୍ମ ସୁପରହିଟ ହେବା ସହ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରନ୍ତି ଦର୍ଶକ । କେତେ ଶେଷଥର ପାଇଁ ସେ “ମିଶନ ମଙ୍ଗଲ”ରେ ଦେଖାଦେଇଥିଲେ । ଏଥିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ତେବେ ପୁଣିଥରେ ଏଭଳି ଏକ ଦମଦାର କାହାଣୀକୁ ନେଇ ପୁଣିଥରେ ପରଦାକୁ ଫେରୁଛନ୍ତି ବିଦ୍ୟା ।

ଏଥର ବିଦ୍ୟା ଗଣିତ ପଢ଼ାଉଥିବାର ଦର୍ଶକ ଦେଖିବାକୁ ପାଇବେ । କଥାଟା ହେଉଛି, ତାଙ୍କର ଆଗାମୀ ଫିଲ୍ମ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀ ଉପରେ ପରିବେଷ୍ଟିତ । “ଶକୁନ୍ତଳା ଦେବୀ” ଫିଲ୍ମରେ ସେ ଶକୁନ୍ତଳାଙ୍କ ଭୂମିକାରେ ନଜର ଆସିବେ । ଯାହାର ଫାଷ୍ଟ ଲୁକ୍ କିଛିଦିନ ପୂର୍ବେ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ଏବେ ଏହି ଫିଲ୍ମ କେବେ ରିଲିଜ୍ ହେବ ତା ନେଇ ଘୋଷଣା କରିଛନ୍ତି ସେ ନିଜେ । ସେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ଫିଲ୍ମର ଶୁଣାଣି ୭ ମେ’ରେ ରିଲିଜ ହେବ ଏବଂ ଯାହା ସାରା ଦେଶ ଦେଖିବ ବୋଲି କହିଛନ୍ତି । ଫିଲ୍ମଟି ମହିଳାଙ୍କ ଉଦ୍ଦେଶ୍ୟରେ କରାଯାଇଥିବାବେଳେ ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିବ ବୋଲି କହିଛନ୍ତି ବିଦ୍ୟା ।