୪ ରାଜ୍ୟରେ ଉପ-ନିର୍ବାଚନ ତାରିଖଘୋଷଣା

ନୂଆଦିଲ୍ଲୀ:  ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ...

ନୂଆଦିଲ୍ଲୀ:  ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ ଘୋଷଣା କରି ସାରିଛନ୍ତି। ଏହି ରାଜ୍ୟଗୁଡିକର ବିଧାନସଭା ଉପ-ନିର୍ବାଚନ ସେପ୍ଟେମ୍ବର ୨୩ ତାରିଖରେ ହେବ।ସୂଚନାଯୋଗ୍ୟ ଯେ,ଉତ୍ତର ପ୍ରଦେଶର ହମିରପୁର ଆସନ, ଛତିଶଗଡ଼ରର ଦାନ୍ତେଓ୍ବାଡ଼ ଆସନ, କେରଳର ପାଲା ଆସନ ଓ ତ୍ରିପୁରାର ଭଦରଘାଟ ଆସନରେ ଉପ-ନିର୍ବାଚନ ହେବ। ସେପ୍ଟେମ୍ବର ୨୩ ତାରିଖରେ ଭୋଟିଂ ପରେ ସେପ୍ଟେମ୍ବର ୨୭ ତାରିଖରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ନାମାଙ୍କନ ପତ୍ରର ପ୍ରତ୍ୟାହାର କରିବାର ଶେଷ ତାରିଖ ସେପ୍ଟେମ୍ବର ୭ ରହିଛି।ଭାରତୀୟ ଜନତା ପାର୍ଟିର ବିଧାୟକ ଅଶୋକ ଚନ୍ଦେଲଙ୍କ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ଉତ୍ତର ପ୍ରଦେଶର ହମିରପୁର ଆସନ ଖାଲି ପଡିଛି। ମାଓବାଦୀଙ୍କ ଆକ୍ରମଣରେ ବିଧାୟକ ଭିମା ମାଣ୍ଡଭିଙ୍କ ମୃତ୍ୟୁ ପରେ ଛତିଶଗଡ଼ର ଦାନ୍ତେଓ୍ବାଡ ଆସନ ଫାଙ୍କା ପଡିଛି।

Spread the love
Categories
ଦେଶ-ବିଦେଶପଲିଟିକ୍ସ

RELATED BY