ରାଜ୍ୟରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ରାଜ୍ୟରେ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜନ । ଏହି ସବୁ ପ୍ରକଳ୍ପର ଭୂମିପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହି ପ୍ରକଳ୍ପ ଲାଗି ମୋଟ୍ ୧୧୯.୫ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେବ ୨୦୬୭.୫ କୋଟି ଟଙ୍କା । ଭଦ୍ରକ-ବାଲେଶ୍ବର  ଅଂଶର ୬ ଲେନ୍ କାର୍ଯ୍ୟ  କରାଯିବ ।  ଟାଙ୍ଗୀ-ଭୁବନେଶ୍ବର Nh-5ର ୬ ଲେନ୍ ବିଶିଷ୍ଟ କାମ ହେବ, ବାଲିକୁଦା, ଶିଖରପୁର ଓ ବଡଚଣାରେ ୩ଟି ଅଣ୍ଡରପାସ୍ ପ୍ରକଳ୍ପର ମଧ୍ୟ ଭୂମିପୂଜନ କରାଯାଇଛି । ଏହି ସବୁ ରାସ୍ତା ନିର୍ମାଣ ହେଲେ ଓଡିଶା ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ, ବିହାର, ପଶ୍ଚିମବଙ୍ଗର ବ୍ୟବସାୟୀକରଣ ଭଲ ହୋଇପାରିବ ବୋଲି ଭୂମିପୂଜନ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।