ଭୁବନେଶ୍ୱର ଉପକଣ୍ଠରେ ହତ୍ୟାକାଣ୍ଡ: ମାର୍ବଲ କମ୍ପାନୀରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସହର ଉପକଣ୍ଠ ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ବେକକଟା ମୃତଦେହକୁ ଉଦ୍ଧାର କରାଯାଇଛି । ସଂପୃକ୍ତ ସୁରକ୍ଷା ଗାର୍ଡ କଟକ ଜିଲ୍ଲା କୁସୁମାର ଗଦାଧର ସ୍ୱାଇଁ ବୋଲି ଜଣାପଡିଛି । ଗତକାଲି ଅପରାହ୍ନ ୫ ଟାରୁ ଗଦାଧର ଦୋକାନକୁ ଡ୍ୟୁଟି ପାଇଁ ଆସିଥିଲେ । ଆଜି ସକାଳୁ ଘରେ ନପହଂଚିବାରୁ ଖୋଜାଖୋଜି କରିବା ପରେ ଗଦାଧରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉତ୍ୟକ୍ତ ଲୋକେ ଘଟଣା ପରେ କଟକ-ଭୁବନେଶ୍ୱର ରାଜପଥ ଅବରୋଧ କରିଥିଲେ । ପୋଲିସ ହତ୍ୟାକାଣ୍ଡର ତନାଘନା କରୁଛି । କାରଣ ଏ ଯାଏଁ ଜଣାପଡିନାହିଁ ।