୩୧ରେ ଭୁବନେଶ୍ୱରରୁ ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ୩୧ ତାରିଖରୁ ବିମାନ ଉଡିବ । ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା ୦୫ରେ ବାରଣାସୀରେ ପହଁଚିବ। ସେହିପରି ୨ଟା ୩୦ରେ ବାରଣାସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ଵରରେ ପହଁଚିବ। ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ଏନେଇ ସୂଚନା ଦେଇଛନ୍ତି।