ଭୁବନେଶ୍ବର ୟୁନିଟ-୮ ଡିଏଭି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ “ସେଭ୍ ଟ୍ରି”

ଭୁବନେଶ୍ବର :  ଲୋକ ଟିଏକୁ ଗଛ ଟିଏ । ଗଛ ବଞ୍ଚିଲେ ଆମେ ବଞ୍ଚିବା । ସେଭ ଟ୍ରି, ସେଭ ଲାଇଫ । ଏମିତି କିଛି ଥିମ୍ ନେଇ ଭୁବନେଶ୍ବର ୟୁନିଟ-୮ ଡିଏଭି ସ୍କୁଲ  ପକ୍ଷରୁ ସ୍ବତନ୍ତ୍ର ସମ୍ମିଳେନ ଆୟୋଜନ କରାଯାଇଥିଲା । ୟୁନିଟ-୮ ଡିଏଭିର ଛାତ୍ର ଛାତ୍ରୀ ମାନେ ସ୍ବତନ୍ତ୍ର ଆସେମିଲରେ ବୃକ୍ଷରୋପଣ ସଂପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ । ଷ୍ଟାଣ୍ଡଡ ଓ୍ବାନ ସେକ୍ସେନ -ସିର ଛାତ୍ର ଛାତ୍ରୀ ମାନେ ଗଛ ଗଛରଲଗାଇବା, ଗଛର  ସୁରକ୍ଷା କରିବା ସହ ନକାଟିବା ନେଇ ଏକ ଡ୍ରାମା ପରିବେଶଷଣ କରିଥିଲେ ।

ଏଥିସହିତ ଗଛ ଲଗାଇବା ସଂପର୍କରେ ଏକ ସଚେତନ ଧର୍ମୀ ନୃତ୍ୟ ପରିବେଷଣ କରିଥିଲେ । ଗଛ କିପରି ମଣିଷ ସମାଜର ବିଭିନ୍ନ ଉପକାରରେ ଆସେ , ଓ ପଶୁପକ୍ଷୀମାନେ ଗଛମୂଳକେ ଓ ଗଛରେ କିପରି ଆଶ୍ରୟ ନିଆନ୍ତି ସେନେଇ ସୁନ୍ଦର ଭାବରେ ଡ୍ରାମା ମାଧ୍ୟମରେ ବୁଝାଇଥିଲେ କୁନି କୁନି ଛାତ୍ର ଛାତ୍ରୀ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଛାତ୍ର ଛାତ୍ରୀ ମାନଙ୍କ  ଅଭିବାଭକ ମାନେ ମଧ୍ୟ ମଂଚରେ ସେମାନଙ୍କର ପ୍ରତିଭା ଦେଖାଇଥିଲେ । ପେପେର କ୍ରାପ୍ଟ ତିଆରି କରିବା ସହ ସଙ୍ଗୀତ ପରିବେଶଣ କରିଥିଲେ । ସଭା ଶେଷରେ ଅଂଶଗ୍ରହଣକାରୀଙ୍କୁ  ପୁରଷ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ୟୁନିଟ-୮ ଡିଏଭି ସ୍କୁଲର  ସୁପରଭାଇଜର,ଷାଣ୍ଡାଡ ଓ୍ବାନ ଓ ଟୁର କ୍ଲାସ ଟିଚର ଓ ଛାତ୍ର ଛାତ୍ରୀ  ଓ ଅଭିଭାବକ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।  ଷାଣ୍ଡାଡ ଓ୍ବାନର କ୍ଲାସ ଟିଚର ଅନୀତା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।