ରାଜଧାନୀକୁ କରାଯାଉଛି ସାନିଟାଇଜିଂ

ଭୁବନେଶ୍ୱର: କୋରୋନାକୁ ନେଇ ବିଏମ୍‌ସି ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ରାଜଧାନୀରେ ଆରମ୍ଭ ହୋଇଯାଇଛି ଡିସ୍‌ଇନ୍‌ଫେକଟନସ୍ (disinfectants) କାର୍ଯ୍ୟକ୍ରମ । ଅଗ୍ନିଶମ ବିଭାଗ ଦ୍ଵାରା ଭୁବନେଶ୍ୱରର ବାପୁଜୀନଗର ଅଂଚଳ ରୁ ଆରମ୍ଭ ହେଲା ଏହି ସାନିଟାଇଜିଂ ଅଭିଯାନ। ବିଏମସିର ତଦାରଖରେ ଏହା ଆରମ୍ଭ ହୋଇଥବା କହିଛନ୍ତି ଅଗ୍ନିଶମଧିକାରୀ ରମେଶ ମାଝୀ। ଆଗାମୀ ଦିନରେ ଏହାକୁ ସମ୍ପ୍ରସାରଣ କରାଯିବ।

ସୂଚନାଥାଉକି ଓଡିଶାରେ ଏଯାଏଁ ୩ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।