ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା : ୨ ଅଭିଯୁକ୍ତଙ୍କ ସମେତ ୯ ଗିରଫ

୫୦ ହଜାର ଟଙ୍କାରେ ଶମ୍ଭୁ ସାହୁଙ୍କ ହତ୍ୟା ପାଇଁ ହୋଇଥିଲା ଡିଲ୍

ଭୁବନେଶ୍ୱର  : ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା । ଶମ୍ଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ୨ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ମିଠା ଦୋକାନୀ ହତ୍ୟା ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁପାରୀ କିଲର ଶ୍ରୀତିକ ବିଶ୍ବାଳ ରହିଛି । ଯିଏକି ହତ୍ୟା କରିବା ପାଇଁ ୧୦ ହଜାର ଟଙ୍କା ନେଇଥିଲେ । ପୂର୍ବରୁ ୫୦ ହଜାର ଟଙ୍କାରେ ଶମ୍ଭୁ ସାହୁଙ୍କ ହତ୍ୟା ପାଇଁ ଡିଲ୍ ହୋଇଥିଲା । ତେବେ ହତ୍ୟାକାଣ୍ଡ ଦିନ ବାଇକ୍ ଚଲାଉଥିଲା ଆଶୁତୋଷ ମହାନ୍ତି ।

bhubaneswar samantrapur murder case

ସେହିପରି ଖଣ୍ଡା ଧରି ବାଇକ୍‌ରେ ବସିଥିଲା ସୁପାରି କିଲର ଶ୍ରୀତିକ ବିଶ୍ବାଳ । ହତ୍ୟାକାଣ୍ଡ ପରେ ଶ୍ରୀତିକ ଓ ଆଶୁତୋଷ ଫେରାର ହୋଇଯାଇଥିଲେ । ପ୍ରଥମେ ବ୍ରହ୍ମପୁର ଓ ପରେ କନ୍ଧମାଳର ତୁମୁଡିବନ୍ଧ ଅଞ୍ଚଳରେ ଯାଇ ଲୁଚି ରହିଥିଲେ । ତୁମୁଡୁବନ୍ଧରୁ ଉଭୟଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ପୂର୍ବରୁ ଶ୍ରୀତିକ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଲିଙ୍ଗରାଜ ଓ ଧଉଳି ଥାନା ଅଞ୍ଚଳ ଥିଲା ଶ୍ରୀତିକର ଚରାଭୂଇଁ । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ୨ ବାଇକ୍ ଜବତ ହୋଇଛି । ହତ୍ୟାକାରୀଙ୍କୁ ଠାବ କରିବାରେ ସଫଳ ହୋଇଥିଲା ସ୍ପୋଶାଲ ସ୍କାଡ୍