ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ବିରୋଧ କରି ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଉତେଜନା । ଏହାକୁ ବିରୋଧ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିରୋଧ ସମୟରେ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ବିଡିଏ ବିଏମସି ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ରାସ୍ତାରେ ଶୋଇ ରହି ସ୍କ୍ବାର୍ଡ, ପୋଲିସ ଗାଡିକୁ ବିରୋଧ କଲେ ବସ୍ତି ବାସିନ୍ଦା ।
ସିଆରପି ଛକରୁ ଇନଫୋସିସ୍ ଭାୟା ସାଲିଆସାହି ଦେଇ ୨୦୦ ଫୁଟ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଥିବା ବେଳେ ହେବାକୁ ବିରୋଧ କରିଛନ୍ତି ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା । ସେମାନେ ରହୁଥିବା ସ୍ଥାନରେ ତାଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ ବୋଲି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା ।