ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆରେ ନିଆଁ

ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗି ଯାଇଛି। ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଥିଲା।  ଫଳରେ ବିମାନକୁ ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡ଼ିନଥିବା ବେଳେ ବିମାନରେ ଥିବା ୧୮୨ ଯାତ୍ରୀ ସୁରକ୍ଷିତ ଅଛନ୍ତି। କହିବାକୁ ଗଲେ ମୃତ୍ୟୁ ମୁଖରୁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି।

ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଯାତ୍ରା ଆରମ୍ଭ କରିଥିଲା। ତେବେ ହଠାତ ମଝି ଆକାଶରେ ବିମାନରେ ନିଆଁ ଲାଗିଥିଲା। ଜଣେ ଯାତ୍ରୀ ଦେଖି ଏୟାର ହୋଷ୍ଟେଜଙ୍କୁ କହିଥିଲେ। ତା’ପରେ ପାଇଲଟ୍‌ଙ୍କ ପାଖକୁ ଖବର ଦିଆଯାଇଥିଲା। ଏହା ପରେ ପାଇଲଟ ରାୟପୁର ବିମାନ ବନ୍ଦରରେ ବିମାନକୁ ଜରୁରି ଅବତରଣ କରାଯାଇଥିଲେ।