ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା : ସତ ମାନିଲା ପରପୁରୁଷ

ଭୁବନେଶ୍ୱର : ରାଜଧାନୀର ଭୀମଟାଙ୍ଗୀ ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ୟା । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ଗୁରୁତର ଅବସ୍ଥାରେ ଆଉ ଜଣେ ପୁରୁଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି ବିବାହିତା ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି ।

bhubaneswar bhimatangi women murder misty

ମିଳିଥିବା ଖବର ଅନୁଯାୟୀ ମହିଳା ଜଣଙ୍କ ଘର ଯାଜପୁର । ବିବାହ କରିଥିବା ସ୍ୱାମୀଙ୍କ ଘର ମଧ୍ୟ ଯାଜପୁର । ସେପଟେ ଏହି ଘରୁ ପୋଲିସ ମହିଳାଙ୍କ ମୃତ ଦେହ ସହ ଉଦ୍ଧାର କରିଥିବା ଉକ୍ତ ଯୁବକ ଜଣଙ୍କ ଘର ମଧ୍ୟ ଯାଜପୁର । ଏବଂ ତାଙ୍କ ନାମ ଜଗନ୍ନାଥ । କିନ୍ତୁ ଯୁବକ ଜଣଙ୍କ ନା ସ୍ୱାମୀଙ୍କ ସାଙ୍ଗ ଥିଲେ ନା ପରିବାରର କୌଣସି ସମ୍ପର୍କୀୟ । ତେବେ ଯଦି ପରିବାର ସହ ଜଗନ୍ନାଥଙ୍କ କୌଣସି ସମ୍ପର୍କ ନଥିଲା, ତେବେ କାହିଁକି ସ୍ୱାମୀର ଅନୁପସ୍ଥିତିରେ ପର ସ୍ତ୍ରୀ ପାଖକୁ ଯାଇଥିଲା ଏହି ଯୁବକ ?
ପୋଲିସର ପ୍ରାଥମିକ ସନ୍ଧାନରୁ ଯାହା ଜଣାପଡିଛି ମହିଳା ଜଣକୁ ଏହି ଯୁବକ ହିଁ ହତ୍ୟା କିରିଛି । ଏବଂ ତଣ୍ଟି କାଟି ହତ୍ୟା କରିବା ପରେ ଯୁବକ ଜଣକ ନିଜେ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଛି । ସବୁଠାରୁ ଜଘନ୍ୟ କଥା ହେଉଛି, ଯୁବକ ଜଣଙ୍କ ପ୍ରିୟଦର୍ଶୀନିଙ୍କୁ ହତ୍ୟା କରିବା ପରେ ସ୍ୱାମୀ ରାକେଶକୁ ଭିଡିଓ କଲ କରିଛି । ଏବଂ ତାଙ୍କ ପତ୍ନୀର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସ୍ୱାମୀଙ୍କ ଫୋନକୁ ଫଟୋ ପଠାଇଥିଲେ । ଏହା ପରେ ସ୍ୱାମୀ ଘର ମାଲିକଙ୍କୁ ଜଣାଇଥିଲେ, ପରେ ଘର ମାଲିକ ମୃତ ମହିଳାଙ୍କ ସହ ଅନ୍ୟ ଜଣେ ପୁରୁଷଙ୍କୁ ଦେଖି ସ୍ୱାମୀ ରାକେଶକୁ ଘଟଣା ସ୍ଥଲକୁ ଡକାଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ପତି-ପତ୍ନୀ ଓ ହତ୍ୟାକାରୀଙ୍କ ଘର ଯାଜପୁର ଜିଲ୍ଲାରେ । ପୋଲିସର କହିବା ମୁତାବକ କୈଣସି କାରଣରୁ ମୃତ ମହିଳାଙ୍କ ସହ ହତ୍ୟାକାରୀ ଜଗନ୍ନାଥ ପ୍ରଧାନଙ୍କ ତିକ୍ତତା ସୃଷ୍ଟି ହୋଇଥିଲା । ଯେଉଁଥିରେ ରକ୍ତ ମୁଖା ହୋଇ ଉଠିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଏବଂ ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଆଜି ଏହାର ସୁଯୋଗ ପାଇ ଅର୍ଥାତ ସ୍ୱାମୀ ରାକେଶର ଅନୁପସ୍ଥିତିର ସୁଯୋଗ ନେଇ ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟା କରିଛି । ସେପଟେ ୩ ବର୍ଷର ପୁଅ ଘର ମାଲିକଙ୍କ ପାଖରେ ଥିବାରୁ ହତ୍ୟାରୁ ବର୍ତ୍ତିଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ପୂର୍ବରୁ ହତ୍ୟାକାଣ୍ଡ ଘଟାଇବା ଏବଂ ନିଜେ ଆତ୍ମହତ୍ୟା କରିବା ନେଇ ପ୍ରି ପ୍ଲାନ କରିଥିବା ଅଭିଯୁକ୍ତ ଜଗନ୍ନାଥଙ୍କ ସୁଇସାଇଡ ନୋଟ ହିଁ ସ୍ପଷ୍ଟ କରିଛି ।

bhubaneswar bhimatangi women murder misty