ଭୁବନେଶ୍ୱର: ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଆସନ୍ତା କାଲି ଠାରୁ ସପ୍ତାହରେ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି I
ଏହି ଟ୍ରେନ ଭୁବନେଶ୍ୱର ରୁ ସକାଳ ୬ଘ.୩୦ମି.ରେ ଛାଡୁଥିବା ବେଳେ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି I
ଏହି ଟ୍ରେନ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ବେମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇଶିଙ୍ଗା ଠାରେ ଉଭୟ ଦିଗରୁ ରହଣି କରିବ l