୨୬ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶରେ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ। ଚଳିତମାସ ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ। ବିଶେଷକରି ବିଦ୍ୟାଳୟ ଶୀତ ଛୁଟି ସମୟରେ ଭିତରକନିକା  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ ବୋଲି ଡିଏଫ୍‌ଓ ବିକାଶ କୁମାର ଦାଶ ସୂଚନା ଦେଇଛନ୍ତି।