ଅକ୍ଟୋବର ୧ରୁ ଖୋଲିବ ଭିତରକନିକା ନେଚର କ୍ୟାମ୍ପ

ଭୁବନେଶ୍ୱର: ଅକ୍ଟୋବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଡାଙ୍ଗମାଳ ନେଚର କ୍ୟାମ୍ପ ।


ଏସମ୍ପର୍କରେ ରାଜନଗର ମାଙ୍ଗ୍ରୋଭ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍ ଡିଭିଜନ୍ ଡିଏଫଓ ବିକାଶ ରଞ୍ଜନ ଦାସ ଟ୍ୱିଟ୍ କରିଛନ୍ତି । ଉକ୍ତ ଟ୍ୱିଟ୍ ଅନୁଯାୟୀ କୋଭିଡ ପ୍ରୋଟୋକଲ୍ କୁ କଡାକଡି ଭାବେ ପାଳନ କରାଯାଇ ପର୍ଯ୍ୟଟକଙ୍କୁ ରହଣୀ ଅନୁମତି ମିିଳିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନେଚର କ୍ୟାମ୍ପରେ ରହିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ କେବଳ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୧୭ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା ।