୨୬ରୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ଆସନ୍ତା ୨୬ ରୁ ଆଉ ପର୍ଯ୍ୟଟକମାନେ ଭିତକନିକା ଯାଇପାରିବେ ନାହିଁ । କାରଣ ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ରୁ ଜାନୁୟାରୀ ୪ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ ।

ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦେଖାଯାଇଥାନ୍ତି। ତେଣୁ ଚଳିତ ବର୍ଷ ମଧ୍ୟ ଡିସେମ୍ଵର ୨୬ରୁ ଜାନୁଆରୀ ୪ ଯାଏଁ ଭିତରକନିକା ବନ୍ଦ ରହିଵ। ଏହି ସମୟରେ ବଉଳା କୁମ୍ଭୀର ସଂଖ୍ୟା ଗଣନା କରାଯିବ। କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ନିଷେଧ କରିଛି।