ଭାରତ କେ ମନ କି ବାତ ମୋଦି କେ ସାଥ୍ : ମତାମତ ପାଇଁ ଲାଗିବ ୭୫୦୦ ବାକ୍ସ


ଭାରତ କେ ମନ କି ବାତ ମୋଦି କେ ସାଥ୍

ଭୁବନେଶ୍ୱର : ବିଜେପି ସରକାର ଅନେକ ଜନହିତକର ଯୋଜନା କରି ସାରା ଦେଶରେ ଲୋକପ୍ରିୟ ହୋଇପାରିଛିି । ସ୍ୱଚ୍ଛ ଭାରତ, ବେଟି ବଚାଓ ବେଟି ପଢାଓ , ଉଜ୍ଜଳା ଭଳି ଅନେକ ଐତିହାସିକ ଯୋଜନାର ଲାଭ କୋଟି କୋଟି ଜନତାଙ୍କ ପାଇଁ ମୋଦି ସରକାର ଉତ୍ସର୍ଗ କରିଛନ୍ତି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କ ସହ ଯୋଡି ହୋଇ ସେମାନଙ୍କ ମନ କଥା ବୁଝୁଛନ୍ତି । ଆଗାମୀ ନିର୍ବାଚନ ପାଇଁ ଜାତୀୟ ସ୍ତରରେ ବିଜେପିର ସଂକଳ୍ପ ପତ୍ରରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ଠୁ ମତାମତ ନିଆଯିବ । ଏହି ପରିପ୍ରେକ୍ଷୀରେ ଗତ ପେବୃଆରୀ ୩ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ‘ଭାରତ କେ ମନ କି ବାତ ମୋଦି କେ ସାଥ୍’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ଜନତାଙ୍କ ଠାକୁ ୧୦ କୋଟି ପ୍ରସ୍ତାବ ଗ୍ରହଣ କରାଯିବ । ମୋବାଇଲ ନମ୍ବର ୬୩୫୭୧-୭୧୭୧୭ରେ ମିସଡ୍ କଲ ଦେଇ ସାଧାରଣ ଜନତା ସେମାନଙ୍କ ମତାମତ ଦେଇ ପାରିବେ । ସେହିପରି www.bharatkemannkibaat.com ୱେବ ସାଇଟ ମାଧ୍ୟମରେ ସାଧାରଣ ଜନତା ବି ସେମାନଙ୍କ ମତାମତ ଦେଇପାରିବେ । ଦେଶରେ ୩୦୦ ହାଇଟେକ୍ ଏଲିଡି ରଥ ବୁଲିବା ସହ ୭୫୦୦ଟି ପ୍ରସ୍ତାବ ବାକ୍ସ ମଧ୍ୟରେ ଦେଶବାସୀ ସେମାନଙ୍କ ବହୁ ମୂଲ୍ୟ ମତାମତ ଦେଇପାରିବେ । ଓଡିଶାରେ ୪୦ଟି ପ୍ରସ୍ତାବ ବାକ୍ସ ରହିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଂକଳ୍ପ ପତ୍ରର ଅଧ୍ୟକ୍ଷ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସୂଚନା ଦେଇଛନ୍ତି ।


 ବିଜେପି ସରକାର ଅନେକ ଜନହିତକର ଯୋଜନା କରି ସାରା ଦେଶରେ ଲୋକପ୍ରିୟ ହୋଇପାରିଛିି
 ଜାତୀୟ ସ୍ତରରେ ବିଜେପିର ସଂକଳ୍ପ ପତ୍ରରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ଠୁ ମତାମତ ନିଆଯିବ
 -୭୧୭୧୭ରେ ମିସଡ୍ କଲ ଦେଇ ସାଧାରଣ ଜନତା ସେମାନଙ୍କ ମତାମତ ଦେଇ ପାରିବେ
www.bharatkemannkibaat.com ୱେବ ସାଇଟ ମାଧ୍ୟମରେ ସାଧାରଣ ଜନତା ବି ସେମାନଙ୍କ ମତାମତ ଦେଇପାରିବେ
 ୩୦୦ ହାଇଟେକ୍ ଏଲିଡି ରଥ ବୁଲିବା ସହ ୭୫୦୦ଟି ପ୍ରସ୍ତାବ ବାକ୍ସ ମଧ୍ୟରେ ଦେଶବାସୀ ସେମାନଙ୍କ ବହୁ ମୂଲ୍ୟ ମତାମତ ରଖିବେ


ବିଶେଷ କରି କୃଷକ, ବେରୋଜଗାର,ମହିଳା ସଶକ୍ତିକରଣ, ସୁଶାସନ, ଅର୍ଥ ବ୍ୟବସ୍ଥା, ଭିତିଭୂମି, ଶିକ୍ଷା ଓ କୌଶଳ, ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ନୀତି ଭଳି ଅନେକ ଗୁରୁତ୍ୱପର୍ଣ୍ଣ ବିଭାଗକୁ ସଂକଳ୍ପ ପତ୍ରରେ ସାମିଲ କରାଯିବ । ସେହିପରି ରାଜ୍ୟ ବିଜେପିର ସଂକଳ୍ପ ପତ୍ର ପାଇଁ ରାଜ୍ୟବାସୀ ସେମାନଙ୍କ ବହୁ ମୂଲ୍ୟ ମତାମତ ଦେବା ପାଇଁ ଶ୍ରୀ ହରିଚନ୍ଦନ ନିବେଦନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ସଂକଳ୍ପ ପତ୍ରର ଆବାହକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।