ନୂଆଦିଲ୍ଲୀ: ଆଜି ଦେଶର ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ଯୋଗୁଁ କୋଟି କୋଟି ପ୍ରଭାବିତ ହେବ । ବ୍ୟାଙ୍କଗୁଡ଼ିକ ବନ୍ଦ ହେବା ଦ୍ୱାରା ଆର୍ଥିକ କାରବାର ବ୍ୟାପକ ଭାବେ ପ୍ରଭାବିତ ହେବ । ସେହିଭଳି ବଜାର ଓ ଗମନାଗମନ ବ୍ୟବସ୍ଥା ବନ୍ଦ ଥିବାରୁ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ିଛି । ଶ୍ରମିକ ସଂଗଠନ ତରଫରୁ ଏକ ଯୁଗ୍ମ ବୟାନରେ କୁହାଯାଇଛି ଯେ, ଏହି ଧର୍ମଘଟରେ ପାଖାପାଖି ୨୫ କୋଟି ଲୋକ ସାମିଲ ହୋଇପାରନ୍ତି ।