କଂଗ୍ରେସ ସମେତ ୨୧ ବିରୋଧୀ ଦଳର ଭାରତ ବନ୍ଦ : ଗୋଟିଏ ମଞ୍ଚରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁଥିଲେ ବିରୋଧୀ

ଦିଲ୍ଲୀ : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ଆଜି ଭାରତ ବନ୍ଦ କରିଥିଲେ । ଦିଲ୍ଲୀରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାମଲୀଳା ମଇଦାନରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ । କର୍ଣ୍ଣାଟକ, ଓଡ଼ିଶା, ଆସାମ ଏବଂ କେରଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ବନ୍ଦ ପାଳନ ବେଳେ ବିହାରରେ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଟ୍ରେନ୍‌ ଅଟକାଇବା ସହ ବସ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ ।ବିହାର ଜହାନାବାଦରେ ବନ୍ଦ ଯୋଗୁଁ ଏକ ଆମ୍ବୁଲାନସ ଭିଡ଼ରେ ଫଶିଯାଇଥିବାରୁ ଠିକ୍‌ ସମୟରେ ହସପିଟାଲରେ ପହଞ୍ଚି ନପାରି ପ୍ରାଣ ହରାଇଥିଲା ୨ବର୍ଷର ଶିଶୁ ।

ରାସ୍ତାରେ ଜଳିଲା ନିଆଁ । ଷ୍ଟେସନରେ ଅଟକିଲା ଟ୍ରେନ୍‌ । ଯାନବାହାନ ଭଙ୍ଗାରୁଜା ବି ହେଲା । ଗଡ଼ିଲାନି ଘରୋଇ ବସ । କୋଉଠି ଦୋକାନବଜାରରେ ତାଲା ଝୁଲୁଥିଲା ତ ଆଉ କେଉଁଠି ଜୋର ଜବରଦସ୍ତ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ଆନ୍ଦୋଳନକାରୀ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦକୁ ଓହ୍ଲାଇଥିଲେ  କଂଗ୍ରେସ ସମେତ ୨୧ ବିରୋଧୀ ଦଳ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦକୁ ଓହ୍ଲାଇଥିଲେ  କଂଗ୍ରେସ ସମେତ ୨୧ ବିରୋଧୀ ଦଳ । କାଶ୍ମୀରଠୁ କନ୍ୟାକୁମାରୀ ଦେଖିବାକୁ ମିଳିଥିଲା । ଭାରତ ବନ୍ଦର ଭିନ୍ନ ଭିନ୍ନ ଚିତ୍ର । ଦିଲ୍ଲୀରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଏଇ ମଉକାରେ ପୁଣି ଥରେ ଗୋଟିଏ ମଞ୍ଚରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁଥିଲେ ବିରୋଧୀ ।ରାଜଘାଟରୁ ଆରମ୍ଭ ହୋଇଥିଲା ବିରୋଧୀଙ୍କ ଶୋଭାଯାତ୍ରା । ରାମଲୀଳା ମଇଦାନରେ ଆୟୋଜିତ ସମାରୋହରେ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ବିରୋଧୀ

ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହେଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ୍‌ ଅଛନ୍ତି ବୋଲି ପ୍ରଶ୍ନ କରୁଥିଲେ ରାହୁଲ ଗାନ୍ଧି । ସେପଟେ ମୋଦି ସରକାରକୁ ବଦଳାଇବାର ସମୟ ଖୁବ୍‌ ଶୀଘ୍ର ଆସି ପହଞ୍ଚବ ବୋଲି କହୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।

ତେଲ ତାତିକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍କରୁଥିବା ବେଳେ କଂଗ୍ରେସ ବିରୋଧୀ ଦଳଙ୍କ ଭାରତ ବନ୍ଦ ବିଫଳ ହୋଇଛି କହି ପାଲଟା ନିଶାନା ସାଧିବାକୁ ଚେଷ୍ଟା କରୁଥିଲା ବିଜେପି ।କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଯୁକ୍ତି ଥିଲା, ତୈଳଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ନାହିଁ । ଇରାନ ଏବଂ ଭେନଜୁଏଲାରେ ରାଜନୈତିକ ଅସ୍ଥିରତା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତର ବଢ଼ିବାରେ ଲାଗିଛି । ଭାରତ ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ  ରବି ଶଙ୍କର ପ୍ରସାଦ

କୋଉଠି ଶଗଡ଼ଗାଡ଼ିରେ କେଉଁଠି ଘୋଡ଼ାଗାଡ଼ିରେ ବୁଲୁଥିଲେ ଆନ୍ଦୋଳନକାରୀ । ପୁଣି କୋଉଠି ପେଟ୍ରୋଲ ପମ୍ପରେ ଚାଲିଥିଲା ଭଙ୍ଗାରୁଜା । ବିହାର ଜହାନାବାଦରେ ଆନ୍ଦୋଳନକାରୀଙ୍କ ଯୋଗୁଁ ଭିଡ଼ରେ ଏକ ଆମ୍ବୁଲାନସ୍ଫଶିଯିବାରୁ ଠିକ୍ସମୟରେ ହସପିଟାଲ ପହଞ୍ଚି ନପାରି ୨ବର୍ଷର ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ଆଜି ତେଲ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀଙ୍କ ଭାରତ ବନ୍ଦ ସତ୍ବେ ତେଲ ଦର ବଢ଼ିବାରେ ଲାଗିଛି । ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଭଳି କିଛି ରାଜ୍ୟ ତେଲ ଉପରୁ ଭ୍ୟାଟ୍କମାଇଛନ୍ତି । ତେଲ ଦର ବୃଦ୍ଧି ଏବଂ ବିରୋଧୀଙ୍କ ହୋ-ହଲ୍ଲାକୁ ଦେଖିବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏମିତିରେ ତେଲ ଦରରେ ନିୟନ୍ତ୍ରଣ ଆଣିବାକୁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର କିଛି ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି ।