ବ୍ରାହ୍ମଣୀ ପୋଲରେ ଗର୍ତ

ରାଉଲକେଲା: ବ୍ରାହ୍ମଣୀ ପୋଲି ମଝିରେ ପଡିଥିବା ଲୁହା ପ୍ଲେଟ ନିକଟରେ ବଡ଼ ଗର୍ତ ସୃଷ୍ଟି ହୋଇଛି । ଫଳରେ ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା । ଏହିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ଏ ସଂପର୍କରେ ଖବର ପାଇ ଆଜି ସକାଳୁ ଏନଏଚଏଆଇ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଛି।

ଏନେଇ ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକ ସୌରଭ ଚୌରାସିଆ ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ ପୋଲ ମଝିରେ ଫାଟ ସୃଷ୍ଟି ହୋଇଥିବାରୁ ସେଥିରେ ଲୁହା ପ୍ଲେଟ ପଡ଼ିଥିଲା l ମରାମତି କାମ ଚାଲିଛି l ସେମିତି କିଛି ବିପଦ ନାହିଁ l

ଗତ ୧୫ ଦିନ ତଳେ ବ୍ରାହ୍ମଣୀ ପୋଲକୁ ମରାମତି କରାଯାଇଥିଲା l ବାରମ୍ବାର ଏମିତି ପୋଲରେ ବିପଦ ଦେଖା ଦେଉଥିବାରୁ ରାଉରକେଲା ସହରବାସୀ ଭୟଭୀତ ହୋଇ ପଡ଼ିଛନ୍ତି l