ଟ୍ରକ ମାଡି ମୃତ୍ୟୁ ୫ ସ୍କୁଲ ପିଲାଙ୍କ ସରିଲା ଶେଷକୃତ୍ୟ : କାନ୍ଦୁଛି ଗାଁ ,ଗଣ୍ଡଗୋଳ ଲାଗି ଗିରଫ ଭୟରେ ଗାଁ ଚାଡିଲେ ପୁରୁଷ

ଭଦ୍ରକ : ସ୍କୁଲରୁ ଘରକୁ ଫେରୁଥିବାବେଳେ ଟ୍ରକ ମାଡିଯାଇ ୫ ସ୍ୱୁଲ ପିଲାଙ୍କ ଭଦ୍ରକର ରାହଂଚରେ ମୃତ୍ୟୁ ହୋଇଥିଲା । ଆଜି ମୃତ ଛାତ୍ର ଛାତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହାକୁ ନେଇ ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ...

ଭଦ୍ରକ : ସ୍କୁଲରୁ ଘରକୁ ଫେରୁଥିବାବେଳେ ଟ୍ରକ ମାଡିଯାଇ ୫ ସ୍ୱୁଲ ପିଲାଙ୍କ ଭଦ୍ରକର ରାହଂଚରେ ମୃତ୍ୟୁ ହୋଇଥିଲା । ଆଜି ମୃତ ଛାତ୍ର ଛାତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହାକୁ ନେଇ ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ । ନିଶଦ୍ଧ ହୋଇଛନ୍ତି ଲୋକେ । ଶେଷକୃତ୍ୟ ବେଳେ କାନ୍ଦ ବୋବାଳିରେ ପୁରା ପରିବେଶ ଫାଟି ପଡିଥିଲା । ୪ ଜଣଙ୍କ ଅନ୍ତିମ ସଂସ୍କାର ଗାଁରେ ହୋଇଥିବାବେଳେ ଜଣେ ପିଲାର ଶେଷକୃତ୍ୟ ହୋିଛି ପୁରୀରେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ଅପରାହ୍ଣରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତଙ୍କୁ ୫ ଲକ୍ଷ ଟଙ୍କା, ରାସ୍ତାରେ ସ୍ପିଡ୍ ଲିମିଟ୍ ପାଳନକୁ କଡ଼ାକଡ଼ି କରିବା ଏବଂ ଫ୍ଲାଇଓଭର୍‌ ନିର୍ମାଣ ଆଦି ଦାବି ନେଇ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀମାନେ ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ଲିଖିତ ପ୍ରତିଶ୍ରୁତି ନପାଇଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଜିଦ୍ ଧରିଥିଲେ। କିଛି ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ପରେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠି ଚାଳନା କରିଥଲା। ଏହାର କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା। ପରେ ପୁଲିସ୍‌ ଛାତ୍ରଛାତ୍ରୀଙ୍କ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ନେଇଥିଲା। । ଗତକାଲ ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଥିଲା । ଉତ୍ୟକ୍ତ ଲୋକମାନେ ଟ୍ରକ୍ ଜାଳିଦେଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତେଜନା ଦେଖିବାକୁ ମିଳିଥିଲା ତେବେ ଗିରଫ ଭୟରେ ଏବେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...