ଭଦ୍ରକ: ଭଦ୍ରକର ଦୁଇ କରୋନା ଆକ୍ରାନ୍ତ ଭଲ ହୋଇ ଫେରିବା ପରେ ଏମାନଙ୍କ ଲିଙ୍କରେ ଥିବା ପ୍ରାୟ ୯୦ଜଣ ଲୋକଙ୍କୁ ବିଭିନ୍ନ ସ୍ଥାନରେ କ୍ୱାରେଂଟାଇନ୍ ରେ ରଖାଯାଇଥିଲା। ସେମାନଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରିବା ପରେ ସେମାନେ କ୍ୱାରେଂଟାଇନ୍ ସେଂଟରରେ ରହୁଥିଲେ। ଆଜି ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯିବ।
ସେହିପରି କଲିକତା ଫେରନ୍ତା ଯାଜପୁର କରୋନା ଆକ୍ରାନ୍ତଙ୍କର ଭଦ୍ରକ ଲିଙ୍କ୍ ଥିବା ୬ ଜଣଙ୍କୁ ପ୍ରଶାସନ ଉଠାଇ ନେଇ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲା। ଏମାନଙ୍କର ନମୁନା ନେଗେଟିଭ ଆସିଛି। ଅନ୍ୟ ୧୫୦ଜଣ କଲିକତା ଫେରନ୍ତା ଲୋକଙ୍କର ରକ୍ତ ନମୁନା ପରୀକ୍ଷା ଲାଗି ଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ଏମାନଙ୍କୁ କ୍ୱାରେଂଟାଇନ୍ କେନ୍ଦ୍ରରୁ ନିଜ ଘରକୁ ପଠାଇ ଦିଆଯିବ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।