ଭଦ୍ରକ ଜିଲ୍ଲାର ୭୧ ଗାଁ ସିଲ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତ ବାସୁଦେବପୁର ବ୍ଲକର ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ବାସୁଦେବପୁର ବ୍ଲକର ଲୁଙ୍ଗ, ଓଢ଼ୁଆଁ ଓ ଲକ୍ଷ୍ମୀଦାସପୁର ଆଦି ୩ଟି ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏଥିରେ ଥିବା ୨୨ଟି ଗାଁକୁ ସିଲ୍ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଆବଶ୍ୟକ ସାମଗ୍ରୀ ସରପଂଚଙ୍କ ଦ୍ୱାରା ପହଂଚାଇବାକୁ ନିର୍ଦେଶ ଦିଆଯାଇଥିବା ନେଇ ଟୁଇଟ୍  କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ । ଆଗରୁ ପ୍ରଶାସନ ପକ୍ଷରୁ ୪୯ଟି ଗାଁ ସିଲ୍ କରାଯାଇଥିଲା।

ଏଥିସହ ସେହି ଅଂଚଳକୁ ସିଲ୍ କରିଥିବା ଜଣାଯାଇଛି। ଏବେ ଜିଲ୍ଲାରେ ୧୧ଟି ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି। ଏଥିରେ ଥିବା ମୋଟ୍ ୭୧ଟି ଗାଁକୁ ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି।