ରସିକିଆ ଜେଲର ବଦଳିଲେ,ଫେସ ବୁକ ଓ ମିସିଡ୍‍ କଲରୁ ପ୍ରେମ କରି ଦୁଇ ମହିଳାଙ୍କୁ ପ୍ରତାରଣା କରିବା ହୋଇଥିଲା ଅଭିଯୋଗ

ଭୁବନେଶ୍ୱର : ଭଦ୍ରକ ଜେଲର ରସିକିଆ ଜେଲରଙ୍କ ବଦଳି ହୋଇଛି । ଦୁଇ ଜଣ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରୋପରେ ବଦଳିଛନ୍ତି ରସିକିଆ ଜେଲର । ଡିଆଇଜି ପ୍ରିଜିନ୍ସ ଓ ଏସଏସସିଙ୍କ ମିଳିତ ତଦନ୍ତ ପରେ ତାଙ୍କୁ ମଦନପୁର ରାମପୁର ସବ ଜେଲକୁ ବଦଳି କରାଯାଇଛି । ଏନେଇ ଜେଲ ବିଭାଗ ପକ୍ଷରୁ ନିର୍ଦେଶ ନାମା ପ୍ରକାଶ ପାଇଛି ।
ଭଦ୍ରକର ରସିକିଆ ଜେଲର ଚିନ୍ମୟ ପାତ୍ରଙ୍କ ନାଁରେ ଦୁଇ ଜଣ ମହିଳା ନିର୍ଯ୍ୟାତନା ଅବିଯୋଗ ।ଣିଥିଲେ । ନିଜର ଦୁଇ ପିଲା ଓ ସ୍ତ୍ରୀ ଥାଇ ଜଣେ ବିଟେକ ଛାତ୍ରୀଙ୍କୁ ଫେସବୁକରେ ପ୍ରେମ କରି ମନ୍ଦିରରେ ବାହା ହୋଇ ଧୋକ୍କା ଦେବା ଅଭିଯୋଗ ଆସିଥିଲା ତାଙ୍କ ନାଁରେ । ଏହା ସହ ଆୁଜଣେ ମହିଳାଙ୍କୁ ମିସଡକଲରୁ ପ୍ରେମ କରି ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ମହିଳା ଏନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ।