ଭବାନୀପାଟଣାରେ ଭାଲୁ ଆତଙ୍କ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ରେ ଭାଲୁ ଆତଙ୍କ। ପୁଣି ଥରେ ଜଙ୍ଗଲି ଭାଲୁ ସହର ମୁହାଁ, ମାଂସ ବଜାର ପାଖରେ ଭାଲୁ ଥିବା ଖବର ପାଇ ବନ ବିଭାଗ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ସଦଳବଳ ଆସି ଭାଲୁକୁ ଧରିବା କୁ ପ୍ରୟାସ କରି ବିଫଳ ହୋଇଛନ୍ତି । ଦିନ ସାରା ସହର ମଧ୍ୟରେ ମୁଖ୍ୟ ବଜାର ମଧ୍ୟ ଦେଇ ନୁଆବନ୍ଧ ପଡା ଦେଇ ମହାବୀର ପଡା ରେ ରହି ଆତଙ୍କ ସୃଷ୍ଟି କରି ଥିବା ବେଳେ ତିନି ଜଣଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ଅନେକ କ୍ଷୟକ୍ଷତି ସୃଷ୍ଟି ହୋଇଛି ଏଥି ପାଇଁ ପ୍ରଶାସନ ପକ୍ଷରୁ ସହର ବଜାର କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ଘୋଷଣା କରିବା ସହ ଲୋକମାନଙ୍କୁ ଆତଙ୍କିତ ନ ହୋଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ତିନି ଜଣ ଭାଲୁ କାମୁଡାରେ ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗୁଲିସ ପଣ୍ଡା ଗୁରୁତର ଆହତ ହୋଇଥିବା ରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ପ୍ରଶାସନ ର ବିଫଳତାକୁ ନେଇ ସାଧାରଣରେ ଆକ୍ରୋଶ ଓ ଆତଙ୍କ ଉଭୟ ଦେଖିବାକୁ ମିଳୁଛି ।

bhabanipatana news

ଏନେଇ ଉତ୍ତର ବନଖଣ୍ଡର ଡିଏଫ୍ଓ ଶ୍ରୀ ନିତିଶ କୁମାର ଙ୍କୁ ଭେଟକରି ପଚାରିବାରୁ ସେ କହିଲେ ନିଶା ଇଂଜେକସନ ଟ୍ରାଙ୍କୁଲାର କରାଯାଇଥିଲା ତଥାପି କୌଣସି ସକାରାତ୍ମକ ପରିଣାମ ମିଳିନଥିଲା ଶେଷରେ ଭାଲୁ ନିଶାସକ୍ତ ହୋଇ ଶୋଇଛି ଭାବି ସେ ନିଜେ ରେଞ୍ଜର ଶ୍ରୀ ମାଥୁର ଓ ଫରେଷ୍ଟର ଗଜେନ୍ଦ୍ର ମାଝୀ ପାଖକୁ ଯାଇ ଥିଲେ ହଠାତ୍ ଭାଲୁ ଡେଇଁବା ଦ୍ୱାରା ଆଘାତ ପାଇଥିଲେ, ମାତ୍ର ଭାଲୁ ପାଚେରୀ ଡେଇଁ ସହର ପାଖ ଜଙ୍ଗଲ କୋସା ଡୁଙ୍ଗରି ପଟେ ଚାଲିଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ନବରଙ୍ଗପୁର ଠାରୁ ସ୍ୱତନ୍ତ୍ର ପ୍ରଶିକ୍ଷତ ଭାଲୁ ଧରାଳି ଅଣାଯାଇ ଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସହର ମୁହାଁ ବନ୍ୟ ଜନ୍ତୁ ଓ ପ୍ରଶାସନର ଅପାରଗତା ନେଇ ସହରବାସୀ ଆତଙ୍କିତ ଆଗକୁ କଣ ହେବ ଦେଖିବାକୁ ରହିଲା ।।