ଭାଲୁ ମୁହଁରୁ ଜଣଙ୍କ ଜୀବନ ବଞ୍ଚାଇବାଲାଗି ଯୁବକଙ୍କୁ ସମ୍ମାନିତ କଲେ ବିରୋଧୀ ଦଳ ନେତା

ଭବାନୀପାଟଣା(ରାଜେନ୍ଦ୍ର ପ୍ରସାଦ ନାୟକ) : କଳାହାଣ୍ଡିି ଜିଲ୍ଲାର ଭବାନୀପାଟଣା ସର୍କିଟ ହାଉସ ଠାରେ କୁଟିଆ ସିଂହ କୁ ତାଙ୍କ ସାହାସିକତା ତଥା ପରୋପକାରୀତା ପାଇଁ ସମ୍ମାନିତ କଲେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ପ୍ରୋତ୍ସାହନ କରିବା ସହ ଫୂଲମାଳ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

bhabanipatana news

ବିଗତ ଦିନରେ ଜଙ୍ଗଲି ଜନ୍ତୁ ଭାଲୁ ଭବାନୀପାଟଣା ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରି ଥିବା ବେଳେ ସଧାରଣ ଲୋକଙ୍କୁ ଆକ୍ରମଣ କରିଥିଲା ଏଥିରେ ସହର ବାସୀ ଆତଙ୍କିତ ଥିବା ବେଳେ ଜଙ୍ଗଲ ବିଭାଗୀୟ କର୍ମଚାରୀ ତଥା ପୋଲିସ ପ୍ରଶାସନ ମିଳିତ ପ୍ରଚେଷ୍ଟାରେ ଭାଲୁ ଧରିବାରେ ଅସମର୍ଥ ହୋଇଥିଲେ । ମାତ୍ର ଜଣେ ବ୍ୟକ୍ତି ଙ୍କୁ ଭାଲୁ ଆକ୍ରମଣ କରୁଥିବା ସମସ୍ତେ ଉପସ୍ଥିତ ରହି ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଜୈନିକ କୁଟିଆ ସିଂହ ସାହାସିକତା ସହିତ ଅଚିହ୍ନା ଲୋକଙ୍କୁ ଭାଲୁ ସହିତ ଲଢେଇ କରି ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ, ତାଙ୍କର ଏହି ସାହାସିକତା ପାଇଁ ସମସ୍ତେ ତାଙ୍କୁ ସାଧୂବାଦ ଜଣାଇଛନ୍ତି ।