ସାଧୁ-ମହାତ୍ମାଙ୍କ ବେଶରେ ବୁଲୁଛନ୍ତି ପାକିସ୍ତାନୀ ଏଜେଣ୍ଟ

ନୂଆଦିଲ୍ଲୀ: ସେନା ପାଇଁ ଏବେ ଛଦ୍ମବେଶୀ ଆତଙ୍କବାଦୀ ଏକ ନୂଆ ଚ୍ୟାଲେଞ୍ଜ । କାରଣ ନକଲି ବାବା, ସାଧୁ, ସନ୍ଥ, ମହାତ୍ମା, ବିଭିନ୍ନ ଧର୍ମଗୁରୁଙ୍କ ଠାରୁ ଦୂରରେ ରହିବା ପାଇଁ ଭାରତୀୟ ସେନା ପକ୍ଷରୁ ସମସ୍ତ ଯବାନଙ୍କୁ ସତର୍କ କରିଛନ୍ତି । ପାକିସ୍ତାନ ଗୁପ୍ତଚର ଏବେ ଦେଶରେ ବେଶ ବଦଳାଇ ବୁଲୁଛନ୍ତି । ସେନାକୁ ଫସାଇ ଗୁପ୍ତ ସୂଚନା ହାସଲ କରିବା ପାଇଁ ପ୍ରୟାସ କରିବା ପାଇଁ ଛଦ୍ମବେଶ ଧାରଣ କରି ବୁଲୁଥିବା ସୂଚନା ଦେଇଛି ସେନା ।

ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ସି(ପିଆଇଓ) ବିଭିନ୍ନ ସମ୍ବେଦନଶୀଳ ତଥ୍ୟ ହାସଲ କରିବା ପାଇଁ ଯବାନ କିମ୍ବା ସେମାନଙ୍କ ପରିବାରକୁ ପ୍ରଲୋଭିତ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହା ଆଇଏସଆଇ ଦ୍ବାରା ଏକ ନୂଆ ଷଡଯନ୍ତ୍ର ବୋଲି ଜଣାଯାଇଛି । ଏଥିପାଇଁ ସେନା ନିଜ ଯବନାଙ୍କୁ ଏହି ଗୁଇନ୍ଦା ଫାଶରେ ଛନ୍ଦି ନହେବା ପାଇଁ ଚେତାବନୀ ଜାରି କରିଛନ୍ତି ।

ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ସୋସିଆଲମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ, ୱାଟସ୍‌ଆପ୍‌ ଓ ସ୍କାଇପିର ବ୍ୟବହାର କରି କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ଲାନ ରଚୁଛି । ସେନା ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ସୋସିଆଲ ମିଡିଆ ପ୍ରୋଫାଇଲକୁ ଚିହ୍ନଟ କରିଛି, ଯେଉଁମାନ ପାକିସ୍ତାନ ଏଜେଣ୍ଟ ବୋଲି ସେନା ସନ୍ଦେହ କରିଛି ।

ଏହି ସମସ୍ତ ଏଜେଣ୍ଟ ଦେଶର ଅନେକ ସମ୍ବେଦନଶୀଳ ସୂଚନା ଏକତ୍ରୀତ କରିବା ପାଇଁ ସେବାରତ ଓ ସେବାନିବୃତ କର୍ମଚାରୀଙ୍କୁ ନିଜ ଜାଲରେ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି । ଅନେକ ସୋସିଆଲ ମଡିଆ ଆକାଉଣ୍ଟ ମହିଳାଙ୍କ ନାମରେ ଖୋଲାଯାଇଛି । ପାକିସ୍ତାନ ସେନା ହନି-ଟ୍ରାପର ବ୍ୟବହାର କରି ଯବାନଙ୍କୁ ଫସେଇବାକୁ ଚେଷ୍ଟା କରୁଛି । ଏଥିପାଇଁ ସେନା ନିଜ ସୈନିକଙ୍କୁ ଭିଡିଓ ସେୟାରିଂ, ମେସେଜିଂ, ଡେଟିଂ ଓ ସୋସିଆଲମିଡିଆ ଆପ୍‌ରୁ ସାବଧାନ ରହିବା ପାଇଁ ସଜାଗ କରିଛି ।