ପାକିସ୍ତାନକୁ ପାନ ଦେବାକୁ ମନା କଲେ ଭାରତୀୟ ପାନଚାଷୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବାର ନିଆଁ ଦେଶବ୍ୟାପୀ ଦେଖିବାକୁ ମିଳୁଛି । ତେବେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ପ୍ରତିଦିନ ନୂଆ ନୂଆ ପଦକ୍ଷେପ ନେଉଥିବାବେଳେ ଏଥିରେ ବାଦ୍ ପଡିନାହାନ୍ତି ଭାରତୀୟ ଚାଷୀ । କିଛିଦିନ ପୂର୍ବେ ଟମାଟୋ ଦେବା ପାଇଁ ଚାଷୀମାନେ ମନା କରିଦେବା ପରେ ଏବେ ପାକିସ୍ତାନକୁ ପାନ ପଠାଇବା ପାଇଁ ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ପାନଚାଷୀମାନେ ମନା କରିଦେଇଛନ୍ତି । ଛତରପୁର ଜିଲ୍ଲାର ଗଡ଼ିମଲହରା, ମହାରାଜପୁର, ପପଟ୍, ପନାଗାର ଓ ମହୋବା ଜିଲ୍ଲାରେ ପାନ ଉତ୍ପାଦନ ଭଲ ହୁଏ । ଏଠାରୁ ଭାରତର ଅନେକ ସହହରକୁ ପାନ ପଠାଯାଏ । ଏହାବ୍ୟତୀତ ଏହି ସ୍ଥାନରୁ ପାକିସ୍ତାନ, ଶ୍ରୀଲଙ୍କା ଆଦି ଦେଶରେ ପାନ ପଠାଯାଏ । ପାନ କୃଷକଙ୍କ କହିବା ଅନୁସାରେ ପୁଲୱାମା ଆକ୍ରମଣରେ ଆମେ ଆହତ । ଆତଙ୍କବାଦୀଙ୍କ ଆକ୍ରମଣ ଦେଶ ବୀର ପୁତ୍ରଙ୍କୁ ହରାଇଛି । ଏପରିସ୍ଥଳେ ପାକିସ୍ତାନକୁ ଆମେ ପାନ ବିକ୍ରି କରିବୁ ନାହିଁ । କ୍ଷତି ପହଞ୍ଚିଲେ ମଧ୍ୟ ଆମେ ଶତ୍ରୁ ଦେଶକୁ ପାନ ପଠାଇବୁ ନାହିଁ । ସୂଚନାଯୋଗ୍ୟ ଛତରପୁର ର ପାନ ମେରଟ ଓ ଶହାରଙ୍ଗପୁର ଠାରୁ ପାକିସ୍ତାନ ପଠାଯାଏ । ପ୍ରତି ସପ୍ତାହ ୩ ଦିନ ୪୫ରୁ ୫୦ ବଣ୍ଡଲ ପାନ ପାକିସ୍ତାନ ପଠାଯାଏ । ପାନର ଏକ ବଣ୍ଡଲର ମୂଲ୍ୟ ୩୦ ହଜାର ଟଙ୍କା । ଏପରିସ୍ଥିିଳେ ଆନୁମାନିକ ଭାବେ ପାନ ଚାଷୀମାନେ ପାକିସ୍ତାନକୁ ପାନ ନପାଠଇଲେ ୧୩ରୁ ୧୫ ଲକ୍ଷ ଟଙ୍କା ହରାଇବେ । ଯେତେ କ୍ଷତି ହେଲେ ବି ଚିନ୍ତା ନାହିଁ, କିନ୍ତୁ ଶତ୍ରୁ ଦେଶକୁ ପାନ ପଠାଯିବ ନାହିଁ ବୋଲି କହିଛନ୍ତି ପାନ ଚାଷୀ ।