ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ଭବନେଶ୍ୱରରେ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ରାୟ, ବୋର୍ଡ ସଭାପତି ପ୍ରଦୋଷ ପଟ୍ଟନାୟକ ଏବଂ ସମାଜ’ର ପ୍ରକାଶକ ନିରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ସାହୁ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‌ସି)ରୁ ଉତ୍ତୀର୍ଣ୍ଣ ହେବା ପରେ ଦୀର୍ଘ ୧୫ ବର୍ଷ ଧରି ଓଡ଼ିଶାର ଲୋକସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟ କରିଆସିଛନ୍ତି । ବର୍ତ୍ତମାନ ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀର କର୍ପୋରେଟ୍‌ କମ୍ୟୁନିକେଶନ ବିଭାଗରେ ସାଧାରଣ ପରିଚାଳକ ଭାବେ କାର୍ଯ୍ୟରତ ଅଛନ୍ତି ।