ପଶ୍ଚିମବଙ୍ଗରେ ଜୁନ ୧ରୁ ଖୋଲିବ ଧାର୍ମିକସ୍ଥଳ

କୋଲକାତା: ମେ ୩୧ତାରିଖରେ ଲକଡାଉନ ୪.୦ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକସ୍ଥଳୀ ଜୁନ୍ ୧ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି | ଲକଡାଉନ ୪ ଶେଷ ହେବାର ଦୁଇ ଦିନ ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାର୍ମିକ ସ୍ଥାନ ଖୋଲିବା ପରେ ଭିତରକୁ ୧୦ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହା ସହ ଚା ’ଏବଂ ଝୋଟ କାରଖାନା ମଧ୍ୟ ଜୁନ୍ ୧ରୁ ୧୦୦ପ୍ରତିଶତ ଶ୍ରମିକଙ୍କ ସହ ଖୋଲିବ। ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ୧୦୦ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି |