ରାଜ୍ୟରେ ରହିଛନ୍ତି ୫୯୫୦ ଭିକାରୀ; କଟକରେ ଅଛନ୍ତି ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କଟକରେ ଅଛନ୍ତି ସର୍ବାଧିକ ଭିକାରୀ । ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହା କହିଛନ୍ତି ସାମାଜିକ ନିରାପତା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ରାଜ୍ୟରେ ମୋଟ ୫୯୫୦ ଭିକାରୀ ଥିବା ନେଇ ମନ୍ତ୍ରୀଙ୍କ ତାଲିକା କହୁଛି । ଆଉ ଏହି ତାଲିକାରେ କଟକ ସବୁଠୁ ଉପରେ ରହିଛି । ଜିଲ୍ଲାରେ ସର୍ବାଧିକ ୧୦୬୦ ଭିକାରୀ ରହିଛନ୍ତି । ଗଞ୍ଜାମର ୫୪୫, ସୁନ୍ଦରଗଡ ୪୨୩, ପୁରୀରେ ୩୬୬, ଖୋର୍ଦ୍ଧାରେ ୧୯୭ ଭିକାରୀ ଅଛନ୍ତି ।

ସମସ୍ତ ଭିକାରୀଙ୍କୁ ଭୋକେଶନଲ ତାଲିମ ଦିଆଯିବ । ଏଥିପାଇଁ ପୁରୀ ଓ ଭୁବନେଶ୍ବରରେ ଦୁଇଟି ଟ୍ରେନିଂ ସେଂଟର ଖୋଲାଯିବ । ତାଲିମ ପରେ ସେମାନେ କିପରି ସ୍ବାବଲମ୍ବୀ ହୋଇପାରିବେ, ସେ ନେଇ ଏକ ମାଗଣା କୀଟ ଯୋଗାଇ ଦିଆଯିବ ।