ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ  ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି।  ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ  ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କର ବିୟୋଗରେ ପାଟକୁରାରେ ଶୋକର ଛାୟା ଖେଳିଯାଇଛି।