ବେଲପାହାଡରେ ଭାଲୁ ଆକ୍ରମଣ: ଦୁଇ ଗୁରୁତର

ଝାରସୁଗୁଡା : ଝାରସୁଗୁଡା ଜିଲା ବେଲପାହାଡ ପୌରାଞ୍ଚଳ ଅଧିନସ୍ଥ ଜୁନାଡିହି କଲେଜ ପଡାରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୋମବାର ଭୋର ୪.୩୦ମିନିଟରେ ଜୁନାଡିହିର ଅନିତା ମେହେର (୩୭) ଓ ଝିଅ ରଶ୍ମୀ ମେହେର (୧୬) ଫୁଲ ତୋଳିବା ପାଇଁ ଘର ପାଖ ଏକ ପାଣି ନିକଟକୁ ଯାଇଥିଲେ। ସେହି ସମୟରେ ମା’ ଓ ଝିଅଙ୍କୁ ଏ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା। ଫଳରେ ମା’ ଓ ଝିଅ ଦୁହେଁ ଆହତ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଟିଆରଏଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନେ ବିପଦମୁକ୍ତ ଥିବା ଜଣାପଡିଛି।
ତେବେ ଭାଲୁ ଆକ୍ରମଣରେ ଉଭୟଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।